20/06/2026
ସ୍ୱତନ୍ତ୍ର ସଘନ ସଂଶୋଧନ – ୨୦୨୬, ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ଆଠମଲ୍ଲିକ
ନିର୍ବାଚକ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ-ତଥା-ଉପଜିଲ୍ଲାପାଳ, ଆଠମଲ୍ଲିକ ଶ୍ରୀ ଉପେନ୍ଦ୍ର ଲୁହା, ଓ. ପ୍ର. ସେ (୧), ବରିଷ୍ଠ ଙ୍କ ନେତୃତ୍ଵରେ ସ୍ୱତନ୍ତ୍ର ସଘନ ସଂଶୋଧନ – ୨୦୨୬ ର କାର୍ଯ୍ୟକ୍ରମ ତା. ୩୦.୦୫.୨୦୨୬ ଋଖ ଠାରୁ ଆରମ୍ଭ ହୋଇଥିଲା । ଏହି SIR କାର୍ଯ୍ୟକ୍ରମରେ ଜନଭାଗିଦାରୀ ବଢେଇବା ପାଇଁ ଆଠମଲ୍ଲିକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଲା, ଘୋଡ଼ା ନାଚ ଓ ପ୍ରଚାର ଗାଡି ମାଧ୍ୟମରେ ବିପୁଳ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ନିର୍ବାଚନ ମଣ୍ଡଳୀର ୨୪୯ ଗୋଟି ମତଦାନ କେନ୍ଦ୍ରର ସର୍ବମୋଟ ୨,୦୮,୭୦୭ ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଥିଲା । ଆଜି ତା. ୨୦.୦୬.୨୦୨୬ ରିଖ ସୁଦ୍ଧା ସମସ୍ତ ପରିଗଣନା ଫର୍ମ ସଂଗ୍ରହ କରାଯାଇ ବିଏଲ୍ଓ ଆପ୍ ମାଧ୍ୟମରେ ନିର୍ଦ୍ଧାରିତ ସମୟ ତା.୨୮.୦୬.୨୦୨୬ ପୂର୍ବରୁ ଶତ ପ୍ରତିଶତ digitization ହୋଇସାରିଛି। ମୁଖ୍ୟ ନିର୍ବାଚନ ଅଧିକରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ସମସ୍ତ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଓ digitization କରିବାରେ ସାରା ରାଜ୍ୟରେ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ (୬୩) ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ନିର୍ଵାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ , ଆଠମଲ୍ଲିକ ସମସ୍ତ ବୁଥ ସ୍ତରୀୟ ଅଧିକାରୀ (BLO), ସୁପରଭାଇଜର, ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO), ନିର୍ବାଚନ ଶାଖା ଓ ଆଠମଲ୍ଲିକର ସମସ୍ତ କର୍ମଚାରୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ ସମସ୍ତ ଆଠମଲ୍ଲିକବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତତ୍ସହିତ ଭବିଷ୍ୟତରେ ମଧ୍ୟ ଏହିପରି ନିଷ୍ଠା, ଦାୟିତ୍ୱବୋଧ ଓ ସମର୍ପଣ ଭାବନା ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ। ସମସ୍ତଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ କାର୍ଯ୍ୟଟି ସଫଳତାର ସହ ସମ୍ପନ୍ନ ହୋଇପାରିଥିବାରୁ ଉପଜିଲ୍ଲାପାଳ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ, SIR କାର୍ଯ୍ୟକ୍ରମର ଚିଠା ଭୋଟର ତାଲିକା ୫ ଜୁଲାଇରେ ପ୍ରକାଶ ପାଇବାକୁ ଥିବା ବେଳେ ଚୂଡ଼ାନ୍ତ ଭୋଟର ତାଲିକା ୬ ସେପ୍ଟେମ୍ବର ରେ ପ୍ରକାଶ ପାଇବା । #ସୁନ୍ଦରମୋଆଠମଲ୍ଲିକ