Pop puri

Pop puri Puri, the Final Destination

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଏହି ନୀ...
16/12/2023

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ଏକ ମାସ ମା’ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ଖାଦ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ଲାଗି କରାଯାଇଛି । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ବଢିବା ପରେ ପହିଲି ଭୋଗ ଲାଗି କରାଯାଏ ।

ଦେବ ଦୀପାବଳୀମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ...
12/12/2023

ଦେବ ଦୀପାବଳୀ

ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦେବ ଦୀପାବଳି । ଏହି ପବିତ୍ର ତିଥି ଠାରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି । ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ସନ୍ଧ୍ୟାଧୁପ ପରେ ତିନୋଟି ମହାଦ୍ଵୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିବା ସହ ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହିତ ୨୮ଟି ଦୀପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବ । ଜୟବିଜୟ ଦ୍ୱାର ନିକଟରେ ମଧ୍ଯ ଚାଉଳ ଗଛ ସହ ଦୀପ ସମର୍ପଣ କରାଯିବ । ତିନିଦିନ ଧରି ଏହି ଶ୍ରାଦ୍ଧ ପ୍ରଦାନ ପ୍ରଦାନ କରିବେ ମହାପ୍ରଭୁ ।

ଆଜି ପ୍ରଥମ ଦିନରେ କଶ୍ୟପ ଏବଂ ଅଦିତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଇଛି । ଆସନ୍ତାକାଲି ଅମାବାସ୍ୟା ଦିନ ଦଶରଥ ଓ କୌଶଲ୍ୟା ଓ ତା ପରଦିନ ନନ୍ଦ ଓ ଯଶୋଦା, ଦେବକୀ ଓ ବସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ରୀଗୁଣ୍ଡିଚାଙ୍କୁ ପିଣ୍ଡଦାନ କରାଯିବ ।

ଚାପେ ତୁ ମଧୁସୂଦନ
27/04/2023

ଚାପେ ତୁ ମଧୁସୂଦନ

19/08/2022
Flood @ PuriEvacuation Started
19/08/2022

Flood @ Puri

Evacuation Started

Azadi ka Amrit MahotsavJai Hind
14/08/2022

Azadi ka Amrit Mahotsav

Jai Hind

@ Puri, Dates Back
10/08/2022

@ Puri, Dates Back

ଅଗ୍ନିପଥ :୧. ୧୭ ବର୍ଷ ବୟସରେ ପଥ ଭ୍ରଷ୍ଟ ହେବାର ଯଥେଷ୍ଟ ସୁଯୋଗ ଓ କାରଣ ଥାଏ । ଆର୍ଥିକ ଦୂରାବସ୍ଥା ହେତୁ କୁସଙ୍ଗରେ ପଡ଼ି ଭୁଲ ରାସ୍ତାକୁ ଯିବ...
16/06/2022

ଅଗ୍ନିପଥ :

୧. ୧୭ ବର୍ଷ ବୟସରେ ପଥ ଭ୍ରଷ୍ଟ ହେବାର ଯଥେଷ୍ଟ ସୁଯୋଗ ଓ କାରଣ ଥାଏ । ଆର୍ଥିକ ଦୂରାବସ୍ଥା ହେତୁ କୁସଙ୍ଗରେ ପଡ଼ି ଭୁଲ ରାସ୍ତାକୁ ଯିବାର ମୌକା ଥାଏ। ଏ ସମୟରେ ଯଦି ଆର୍ମିରେ ଯୋଗ ଦେବେ, ତେବେ ମଦ ପିଇ ଠେକାଦାର ଓ କୁଜି ନେତାଙ୍କ ପଛରେ ବୁଲିବ କିଏ ? ନେତାଙ୍କ ଶୋଭାଯାତ୍ରାରେ ପତାକା ଧରିବ କିଏ ?

୨. ୨୨ବର୍ଷ ବୟସରେ ଚାକିରୀରୁ ବିରତି ନେବା ବେଳେ ହାତରେ ଥିବ ୧୨ ଲକ୍ଷ ଟଙ୍କା ଓ ନିଜ ସାଧ୍ୟ ମୁତାବକ ଯୋଗ୍ୟତା ପତ୍ର। ଏମାନଙ୍କ ସଂଖ୍ୟା ବଢ଼ି ଗଲେ ୫୦୦ ଟଙ୍କା ନେଇ ଭୋଟ ଦେବ କିଏ ? ଏଥିରେ ଅସୁବିଧା କାହାକୁ ?

୩. ପ୍ରତି ଚାରି ବର୍ଷରେ ଶତକଡ଼ା ୭୫ ଭାଗ ଲୋକ ବିରତି ନେବେ । ତାଙ୍କ ଜାଗାରେ ନୂଆ ଲୋକ ଯୋଗ ଦେବେ । ସେମାନଙ୍କ ମଧ୍ୟରୁ ୭୫ ଭାଗ ବିରତି ନେବେ । ବିରତି ନେଉଥିବା ଲୋକେ ପୁଣି ବିଭିନ୍ନ ଚାକିରି କରିବେ, ସାଧାରଣ ଲୋକଙ୍କ ସହ ଜୀବନ ବଞ୍ଚିବେ । Once a soldier, always a soldier ! ଏ ପ୍ରକାର ଲୋକଙ୍କ ସଂଖ୍ୟା ବହୁତ୍ ବଢ଼ିଗଲେ ଅସୁବିଧା କାହାକୁ ?( କିଛି ଲୋକଙ୍କ ଯୁକ୍ତି ଚାକିରୀ କରିବା ବୟସରେ ଏମାନେ ଅବସର ନେବେ । ସେଇଠୁ ଅସୁବିଧା କେଉଁଠି ? ଚାକିରୀ ସାଙ୍ଗକୁ ପାଠ ପଢା। ଦକ୍ଷତା ବି ଥିବ ଆଉ ଅଭିଜ୍ଞତା ବି । କିଛି ଘରୋଇ ଉଦ୍ୟୋଗ ଚାକିରୀରେ ଏମାନଙ୍କୁ ଅଗ୍ରାଧିକାର ଦେବାକୁ ଏବେଠୁ ଅଣ୍ଟା ଭିଡ଼ିଲେଣି ।)

୪. ଚୀନ, ପାକିସ୍ତାନ ପରି ବିଦେଶୀ ଶକ୍ତି ସହ ଯୁଦ୍ଧ ବେଳେ ଏତେ ଗୁଡ଼ାଏ ତାଲିମପ୍ରାପ୍ତ ଜନସମ୍ବଳ ଆମ ପାଖରେ ଥିଲେ ଅସୁବିଧା କାହାକୁ ହେବ ?

୫. ଗୃହ ଯୁଦ୍ଧ ବା ଦଙ୍ଗା ବେଳେ ଏତେ ଗୁଡ଼ାଏ ତାଲିମପ୍ରାପ୍ତ, ଦେଶ ପାଇଁ ସମର୍ପିତ ଏକ୍ସ-ଆର୍ମି ଯଦି ଦେଶ ଭିତରେ ଉପସ୍ଥିତ ରହିବେ, ତେବେ ଅସୁବିଧା କାହାକୁ ହେବ ?

୬. ଯେଉଁ ୨୫ ଭାଗ, ଆର୍ମିରେ ଯୋଗ ଦେବେ ସେମାନେ ଅନୂପାତିକ ଭାବେ ଅଧିକ ଉଦ୍ଦାମ ଓ ଦକ୍ଷ ରହିବେ । ଏଥିରେ ଅସୁବିଧା କାହାକୁ ହେବ ?

୭. ଆପଣ ଯେଉଁ ଅଞ୍ଚଳରେ ରହୁଛନ୍ତି, ସେ ଅଞ୍ଚଳରେ ଏକ୍ସ-ଆର୍ମି ସଂଖ୍ୟା ବଢିଗଲେ ମୁଷ୍ଟିମେୟଙ୍କ ଗୁଣ୍ଡାଗିରି ବଢିବ ନା କମିବ ? କମିଲେ ଅସୁବିଧା କାହାକୁ ହେବ ?

୮. ଏ ଜନ ବହୁଳ ଦେଶରେ ସବୁଠୁ ଅଧିକ କେଉଁ ଲୋକେ ଆର୍ମି ତାଲିମ ପାଇବେ ? ସେଥିରେ ବିପଦ କାହାକୁ ?

୯. ସବୁ ରାଜ୍ୟର ପୋଲିସରେ ଯଦି ଏମାନଙ୍କୁ ଅଗ୍ରାଧିକାର ମିଳେ ? ଆସାମ ରାଇଫଲ୍ , CAPF ପରି ଜାଗାରେ ଅଗ୍ରାଧିକାର ମିଳିଲେ ?

୧୦. ଦେଶଭକ୍ତଙ୍କ ସଂଖ୍ୟା ବଢ଼ିଲେ ଅସୁବିଧା କାହାକୁ ହେବ ?

Jai Hind

16/06/2022

Address

Puri
Puri
752002

Telephone

+918270412750

Website

Alerts

Be the first to know and let us send you an email when Pop puri posts news and promotions. Your email address will not be used for any other purpose, and you can unsubscribe at any time.

Share

Category