Travel to puri

Travel to puri discover the grandeur of orissa with www.travel2puri.com

JAY JAGANNATH For a happy visit & worshiping @ puri jagannath dham, plz contact to - www.travel2puri.com / 09438666008

ଶ୍ରୀ ବଳଭଦ୍ରଙ୍କ   ଜନ୍ମୋତ୍ସବ ନୀତି  :"ବଳଭଦ୍ରାକୃତିର୍ଜାତା ବଳରୂପସ୍ୟ ଚିନ୍ତନାତ୍ । କ୍ଷଣଂ ନ ସହତେ ସା ହି ମୋକ୍ତୁଂ ଲୀଳାବତାରିଣମ୍ ।।"ଶ୍ର...
14/08/2022

ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି :
"ବଳଭଦ୍ରାକୃତିର୍ଜାତା ବଳରୂପସ୍ୟ ଚିନ୍ତନାତ୍ ।
କ୍ଷଣଂ ନ ସହତେ ସା ହି ମୋକ୍ତୁଂ ଲୀଳାବତାରିଣମ୍ ।।"

ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ। ଏହି ପବିତ୍ର ଜନ୍ମୋଉତ୍ସଵ ବିଧିବଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ।
ଏହି ଦିନ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ। ତତ୍ପରେ ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଇଥାଏ ଏବଂ ବୋଇରାଣୀ ପଟନୀ ଲୁଗା ଲାଗି ହୋଇ ମଧ୍ୟାହ୍ନ ଧୂପ ବେଶ କରାଯାଇଥାଏ।

ଶ୍ରୀବିଗ୍ରହମାନଙ୍କୁ ୩ଖଣ୍ଡ ଆଜ୍ଞାମାଳ , ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯାଏ। ଭିତରେ ପାଣି ପଡି ବଡ଼ ବାଡ଼ଙ୍କ ସମ୍ମଖ ତଳେ ଷଷ୍ଠୀ ଦେଵୀ , ମାର୍କଣ୍ଡ ଓ ବରୁଣ ପୂଜା ପାଇଁ ମୁରୁଜ ଠା କରାଯାଏ। ରୋଷକୁ ମଧ୍ୟାହ୍ନ ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ ଏବଂ ପୂଜାପଣ୍ଡା ୩ ଜଣ ଷୋଡଶ ଉପଚାର ରେ ପୂଜା ମଣୋହି କରନ୍ତି । ଟେରା ଫିଟି ଆଳତି ହୁଏ । ପୁନଶ୍ଚ ଭିତରେ ପାଣି ପଡି ଧୋ ପଖାଳ ହୁଏ। ତତ୍ପରେ ଜନୈକ ପୂଜାପଣ୍ଡା ସେବକ ବଡ଼ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି ଏହାପରେ ମୁଦିରସ୍ତ , ପୂଜାପଣ୍ଡା ଓ ପତି ମହାପାତ୍ର ତିନି ବାଡ଼ରେ ବନ୍ଦାପନା କରିଥାନ୍ତି। ଏହାପରେ ଆଜ୍ଞାମାଳ ପାଇ ଶ୍ରୀଦେବୀ , ଭୂଦେବୀ , ଶ୍ରୀମଦନମୋହନ ଝୁଲଣ ମଣ୍ଡପ କୁ ବିଜେ କରିଥାନ୍ତି ।

ଚଳନ୍ତି ଦିଅଁ ଝୁଲଣ ମଣ୍ଡପ ବିଜେ ହେବା ପରେ ପାଲିଆ ଖୁଣ୍ଟିଆ ଲଣ୍ଡାବର୍ତ୍ତ ଠାରେ ସୁଦର୍ଶନ ବିଜେ ନିମନ୍ତେ ଦଇତାପତି ମାନଙ୍କୁ ଡାକିଥାନ୍ତି। ଦଇତାମାନେ ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ୧ଟେ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆ ଯାଇଥାଏ ଏବଂ ଦଇତାମାନେ ଶ୍ରୀ ସୁଦର୍ଶନଙ୍କୁ ଚୋଉଦୋଳ ରେ ବିଜେ କରାଇଥାନ୍ତି । ଚାଙ୍ଗଡ଼ା ମେକାପ ଦେଇଥିବା ପାଟ , ପତନୀ ତଥା ଦୟଣାମାଳି ସେବାୟତ ଦେଇଥିବା ଚୂଳ ପାଳିଆ ଖୁଣ୍ଟିଆ ଠୁ ନେଇ ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ଏହାପରେ ଭଣ୍ଡାର ମେକାପ ଯୋଗାଇଥିବା ସ୍ବର୍ଣ୍ଣ ଅଳଙ୍କାର ଯଥା କମର ପଟି ଓ ହରଡ଼ ମାଳି ସୁଦର୍ଶନଙ୍କୁ ଲାଗି କରାଯାଇଥାଏ। ଏହା ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳ ରେ ନେଇ ମାର୍କଣ୍ଡ କୁ ଯାଇଥାନ୍ତି ଓ ସେଠାରେ ଥିବା ଚକଡ଼ା ଉପରେ ବିଜେ କରିଥାନ୍ତି।

ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟି ରେ ସୁଦୁସୁଆର ବଳଭଦ୍ର ଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି। ଏହାପରେ ପୂଜାପଣ୍ଡା ସାମନ୍ତ ତାହାଙ୍କୁ ଜୀବନ୍ୟାସ ଦେଇ ବିଧିମୁତାବକ ତାଙ୍କ ଜାତକର୍ମ କରିଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଂଚଉପଚାର ରେ ଶୀତଳ ଭୋଗ ମଣୋହି କରିଥାନ୍ତି। ଏହାପରେ ଉକ୍ତ ପ୍ରତିମାକୁ ବିସର୍ଜନ କରାଯାଇଥାଏ।

ନୀତି ସମ୍ପନ ପରେ ଶ୍ରୀସୁଦର୍ଶନ ବାକି ୩ଆଶ୍ରମ କୁ ବିଜେ କରିଥାନ୍ତି ଏହାପରେ ଶ୍ରୀମନ୍ଦିର ବାହୁଡା ବିଜେ କରିଥାନ୍ତ। ବାହୁଡା ବିଜେ ପରେ ରତ୍ନସିଂହାସନ ଉପର ଧୁଆ ଯାଇଥାଏ। ତତ୍ପରେ ମହାସ୍ନାନ ନୀତି ବଢିଥାଏ। ଏହାପରେ ପାଳିଆ ପୁଷ୍ପାଳକ ମଇଲମ କରି ସଂଧ୍ୟା ଆଳତି କରିଥାନ୍ତି ।
ପୂଜାପଣ୍ଡା ସେବକ ସନ୍ଧ୍ୟଧୂପ ନୀତି ବଢିବାପରେ ସୁଦର୍ଶନଙ୍କ ବାଡ଼ରେ ବନ୍ଦାପନା ଓ ପ୍ରସାଦ ଲାଗି ହୋଇଥାଏ।
ଏହାପରେ ଅନ୍ୟାନ୍ୟ ନୀତି ହୋଇ ପହୁଡ଼ ନୀତି ହୋଇଥାଏ।

10/06/2022

ଜୟ ଜଗନ୍ନାଥ 🙏
ଶ୍ରୀଗୁଣ୍ଡିଚା ରଥ ଯାତ୍ରା ସମ୍ବନ୍ଧୀୟ - *ଏକ ଅଜଣା ତଥ୍ୟ*
- - - - - - - - - - - - - - - - - - - - - - - - -

ଜୟ ଜଗନ୍ନାଥ,

ପ୍ରଥମ ପ୍ରଥମ ଦିନ ର ରଥଯାତ୍ରା ସମ୍ବନ୍ଧୀୟ ଏକ ଅଜଣା ତଥ୍ୟ.

ତ୍ରୟୋଦଶ ଶତାବ୍ଦୀରେ, ପୁରୀରେ ରଥ ଯାତ୍ରା *ଦୁଇଟି ପର୍ଯ୍ୟାୟରେ* ପରିଚାଳନା ଏବଂ ବ୍ୟବସ୍ଥା କରାଯାଉଥିଲା

ବୃହତ ଭାର୍ଗବୀ ନଦୀ ର *ମାଳିନୀ* ନାମକ ଏକ ଶାଖା ନଦୀ ବଡ଼ ଦାଣ୍ଡ ମଧ୍ୟ ଭାଗ ରେ ପ୍ରବାହିତ ହେଉଥିଲା ଏବଂ ବଡଦାଣ୍ଡ କୁ ଦୁଇ ଭାଗରେ ବିଭକ୍ତ କରୁଥିଲା

ତେଣୁ ପ୍ରତି ବର୍ଷ ରଥ ଯାତ୍ରା ସମୟ ରେ *ଦୁଇ ଯୁଗଳ ର ତିନି ରଥ* ( ସମୁଦାୟ *ଛ ଟି ରଥ* ନିର୍ମାଣ କରାଯାଉଥିଲା). ଅର୍ଥାତ ଦୁଇଟି ନନ୍ଦିଘୋଷ, ଦୁଇ ଗୋଟି ଦେବଦଳନ ଏବଂ ଦୁଇଟି ତାଳଧ୍ୱଜ ରଥ ନିର୍ମାଣ କରାଯାଉଥିଲା.

ପ୍ରଥମ ଚରଣ ରେ ତିନୋଟି ରଥ ଶ୍ରୀ ମନ୍ଦିର ରୁ ମଲିନୀ ନଦୀ ପର୍ଯ୍ୟନ୍ତ ତିନି ଠାକୁର ଙ୍କୁ ରଥ ଯାତ୍ରା ରେ ନେଉଥିଲେ. ସେଠାରେ ମହାପ୍ରଭୁ ଙ୍କୁ ରଥ ରୁ ଶରଧା ବାଲି ରେ ପହଣ୍ଡି କରାଇ ତିନୋଟି ବିଶାଳ *କାଠ ଡଙ୍ଗା* ଉପରେ ବସା ଯାଉଥିଲା ଏବଂ ଡଙ୍ଗା ଦ୍ୱାରା ମାଲିନୀ ନଦୀ ପାର କରା ଯାଉଥିଲା ଯେଉଁଠାରେ ପୁନର୍ବାର ପହଣ୍ଡି କରାଇ ଡଙ୍ଗା ରୁ ଅପେକ୍ଷାରତ ଅନ୍ୟ ତିନୋଟି *ସମାନ ରଥ* ଉପରକୁ ମହାପ୍ରଭୁ ଙ୍କୁ ନିଆ ଯାଉଥିଲା. ଗୁଣ୍ଡିଚା ମନ୍ଦିର ନିକଟ ରେ ମହାପ୍ରଭୁ ଙ୍କୁ ପୁନର୍ବାର ରଥ ରୁ ଓଲ୍ହାଇ ଗୁଣ୍ଡିଚା ମନ୍ଦିର ମଧ୍ୟ କୁ ପହଣ୍ଡି କରାଯାଉଥିଲା

ଏହାସହ ସମୁଦାୟ *ଚାରି ଥର* ଶ୍ରୀ ମନ୍ଦିର ରୁ ପହଣ୍ଡି ଏବଂ ଚାରି ଥର ଗୁଣ୍ଡିଚା ପହଣ୍ଡି କରିବାକୁ ପଡ଼ୁଥିଲା ଏବଂ ବାହୁଡା଼ ଯାତ୍ରା ଦିନ ଠିକ ସେହି ପରି ଆଠ ଥର ପହଣ୍ଡି କରିବାକୁ ପଡ଼ୁ ଥିଲା. ମହାପ୍ରଭୁ ଙ୍କ ସମୁଦାୟ ଷୋହଳ ଥର ପହଣ୍ଡି କରାଇବା ରେ ଅତ୍ୟଧିକ ଅସୁବିଧା ହେଉଥିଲା

ତତ୍କାଳୀନ ପୁରୀ ରାଜା ଗଜପତି ନରସିଂହ ଦେବଙ୍କ ମହାରାଣୀ *ଶରଧା ଦେବୀ* ଙ୍କୁ ମହା ପ୍ରଭୁ ଜଗନ୍ନାଥ ସ୍ୱପ୍ନ ରେ ରଥ ଯାତ୍ରା ର ସୁପରିଚାଳନା ନିମନ୍ତେ ଏକାଥରେ ରଥ ଯାତ୍ରା କରିବା ପାଇଁ ଉପଦେଶ ଦେଇଥିଲେ।

ଫଳସ୍ୱରୂପ, ମହାରାଣୀ ଶରଧା ଦେବୀ ଙ୍କ ଅନୁରୋଧ କ୍ରମେ ଗଜପତି ନରସିଂହ ଦେବ ମାଲିନୀ ନଦୀର ଉଭୟ ପାର୍ଶ୍ଵ ରେ ବାଲି ପକାଇ ନଦୀ ର ଅଧିକାଂଶ ଭାଗ ପୋତି ସେତୁ ତିଆରି କରି ଥିଲେ ଏବଂ ନଦୀ ର ଖର ସ୍ରୋତ ମଧ୍ୟ ଭାଗ ଉପରେ ବିଶାଳ ପୋଲ ନିର୍ମାଣ କରି ଥିଲେ। ଏହି ବନ୍ଦ ମୁଖକୁ ବର୍ତ୍ତମାନ ର *ବାଙ୍କି ମୂହାଣ* କୁହାଯାଏ ଏବଂ ସେହି ଦିନଠାରୁ ଏହି ସ୍ଥାନଟି *ଶରଧା ବାଲି* ନାମରେ ବିଖ୍ୟାତ ହୋଇଗଲା. କାଳକ୍ରମେ ମାଳିନୀ ନଦୀ ଧୀରେ ଧୀରେ ଶୁଖି ଯାଇଥିଲା.

ବ୍ରିଟିଶ ଶାସନ ସମୟ ରେ ସମଗ୍ର ବଡ଼ଦାଣ୍ଡ ରେ ତିନି ବିଶାଳ ରଥ ର ଓଜନ ସହିବା ଯୋଗ୍ୟ କରିବା ନିମନ୍ତେ ଏବଂ ସବୁଦିନ ପାଇଁ ମଜବୁତ କରି ବା ନିମନ୍ତେ ଶକ୍ତ ପଥର ର ଢ଼ଳେଇ କରା ଯାଇ କୁ ଅତ୍ୟଧିକ ଚଉଡା଼, କଂକ୍ରିଟ ପଲସ୍ତରା କରାଯାଇଥିଲା. ଏହିପରି ଆଜି ର ବଡ଼ଦାଣ୍ଡ ର ପୃଷ୍ଠ ତଳେ ଲୁଚି ରହିଛି ଆମ ଉତ୍କଳ ସଂସ୍କୃତି ର ଏହି ଗୌରବମୟ ରୋମାଂଚକର ଇତିହାସ ।

ତଥ୍ୟ ସଂଗ୍ରହ, ରାମଚନ୍ଦ୍ର ବଡପଣ୍ଡା ମହୋଦୟ ।

ପଞ୍ଚ ମହାଦେବ ପବିତ୍ର ଚନ୍ଦନ ଯାତ୍ର ଅବସରରେ ।ବାମ ପଟରୁ - ବାବା ମାକଣ୍ଡେଶ୍ୱରେ, ବାବା ଜମ୍ବେଶ୍ୱରେ, ବାବା ଲୋକନାଥ, ବାବା କପାଳଲୋଚନେ, ବାବା ...
13/05/2022

ପଞ୍ଚ ମହାଦେବ ପବିତ୍ର ଚନ୍ଦନ ଯାତ୍ର ଅବସରରେ ।
ବାମ ପଟରୁ - ବାବା ମାକଣ୍ଡେଶ୍ୱରେ, ବାବା ଜମ୍ବେଶ୍ୱରେ, ବାବା ଲୋକନାଥ, ବାବା କପାଳଲୋଚନେ, ବାବା ନିଳକଣ୍ଟେଶ୍ୱରେ ।🙏
www.travel2puri.com , Travel2puri.com

06/05/2022
06/05/2022
ଗଜଲକ୍ଷ୍ମୀ ।  ଜୟ ଜୟ ଦୁର୍ଗତି ନାଶିନି କାମିନି, ସର୍ଵଫଲପ୍ରଦ ଶାସ୍ତ୍ରମୟେରଧଗଜ ତୁରଗପଦାତି ସମାଵୃତ, ପରିଜନ ମଂଡିତ ଲୋକନୁତେ ।ହରିହର ବ୍ରହ୍ମ ...
20/10/2021

ଗଜଲକ୍ଷ୍ମୀ ।

ଜୟ ଜୟ ଦୁର୍ଗତି ନାଶିନି କାମିନି, ସର୍ଵଫଲପ୍ରଦ ଶାସ୍ତ୍ରମୟେ
ରଧଗଜ ତୁରଗପଦାତି ସମାଵୃତ, ପରିଜନ ମଂଡିତ ଲୋକନୁତେ ।
ହରିହର ବ୍ରହ୍ମ ସୁପୂଜିତ ସେଵିତ, ତାପ ନିଵାରିଣି ପାଦୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଗଜଲକ୍ଷ୍ମୀ ରୂପେଣ ପାଲୟ ମାମ୍ ॥

ଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କର ଅନେକ ରୂପ ବିଷୟରେ କୁହାଯାଇଛି। ଏଗୁଡ଼ିକ ମଧ୍ୟରୁ ୮ଟି ରୂପ ଜୀବନରେ ସମସ୍ତ ପ୍ରକାରର ସୁଖ ପ୍ରଦାନ କରିଥାଆନ୍ତି।

*୧.ବୀର ଲକ୍ଷ୍ମୀ* : ଏହି ଦେବୀଙ୍କୁ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ଭୟରୁ ମୁକ୍ତି ମିଳିଥାଏ ଏବଂ କରଜରୁ ମୁକ୍ତି ମିଳିଥାଏ। ତାଙ୍କର ଭକ୍ତଙ୍କ ପ୍ରତି ଖରାପ ଶକ୍ତି ଏବଂ ତନ୍ତ୍ର ମନ୍ତ୍ରର ଖରାପ ପ୍ରଭାବ ପଡ଼ିନଥାଏ।

*୨. ଗଜ ଲକ୍ଷ୍ମୀ* : ଦେବୀ ଲକ୍ଷ୍ମୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ଜୀବନରେ ମାନ ସମ୍ମାନ ମିଳିଥାଏ। ଚାକିରୀରେ ପଦୋନ୍ନତି କିମ୍ବା ରାଜନୀତିରେ ଉଚ୍ଚ ପଦ ପାଇବା ପାଇଁ ତାଙ୍କୁ ପୂଜା କରିବା ଉଚିତ୍।

*୩. ସନ୍ତାନ ଲକ୍ଷ୍ମୀ* : ମାଆ ଲକ୍ଷ୍ମୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ସନ୍ତାନ ସୁଖ ମିଳିଥାଏ। ସନ୍ତାନଙ୍କ ଦୀର୍ଘାୟୁ ଏବଂ ଉନ୍ନତି ପାଇଁ ମଧ୍ୟ ସନ୍ତାନ ଲକ୍ଷ୍ମୀଙ୍କ ପୂଜା କରିବା ଶ୍ରେଷ୍ଠ ହୋଇଥାଏ।

*୪.ଧାନ୍ୟ ଲକ୍ଷ୍ମୀ* : ଯେଉଁ ବ୍ୟକ୍ତିମାନେ ଦେବୀଙ୍କର ଏହି ରୂପକୁ ପୂଜା କରିଥାଆନ୍ତି,ତାଙ୍କ ଘରେ କେବେବି ଅନ୍ନର ଅଭାବ ହୋଇନଥାଏ। ଚାଷ କରୁଥିବା ଲୋକେ ଧାନ୍ୟ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍।

*୫. ବିଜୟ ଲକ୍ଷ୍ମୀ* : ଯେକୌଣସି କାମରେ ସଫଳତା ପାଇବା ପାଇଁ ବିଜୟ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍। କୋର୍ଟ କେସ୍ ଜିତିବା ପାଇଁ ଦେବୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ଶ୍ରେଷ୍ଠ ଫଳ ଦେଇଥାଏ।

*୬.ଆଦି ଲକ୍ଷ୍ମୀ* : ଦେବୀଙ୍କର ଏହି ରୂପକୁ ପୂଜା କରିବା ଦ୍ବାରା ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ। ରୋଗରୁ ମୁକ୍ତି ମିଳିଥାଏ। ଦାମ୍ପତ୍ର ଜୀବନକୁ ସୁଖୀ କରିବା ପାଇଁ ଆଦି ଲକ୍ଷ୍ମୀଙ୍କ ପୂଜା କରନ୍ତୁ।

*୭.ଐଶ୍ବର୍ଯ୍ୟ ଲକ୍ଷ୍ମୀ* : ସମସ୍ତ ପ୍ରକାରର ଭୌତିକ ସୁଖ ସୁବିଧା ପାଇଁ ମାଆ ଲକ୍ଷ୍ମୀଙ୍କ ଏହି ରୂପକୁ ପୂଜା କରାଯାଇଥାଏ। ଐଶ୍ବର୍ଯ୍ୟ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ବାରା ଆକର୍ଷଣ ଶକ୍ତି ମଧ୍ୟ ବଢ଼ିଥାଏ।

*୮. ଧନ ଲକ୍ଷ୍ମୀ* : ଧନ ସମ୍ପତ୍ତି ଚାହୁଁଥିବା ବ୍ୟକ୍ତିଙ୍କୁ ଧନ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍। ତାଙ୍କୁ ପୂଜା କରିବା ଦ୍ବାରା ଘରେ ଶାନ୍ତି ବଜାୟ ରହିଥାଏ ଏବଂ ଧନର ଅଭାବ ଦେଖାଦେଇନଥାଏ।

ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରତିବର୍ଷ କୁମାର ପୂର୍ଣ୍ଣମୀଠାରୁ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୁଏ। ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପ ମଧ୍ୟରୁ ଏହି ରୂପ ଗୋଟିଏ। ଏଥିରେ ତାଙ୍କର ଦୁଇ ପାଶ୍ୱର୍ରେ ଦୁଇଟି ଗଜ ବା ହାତୀ ରହି କଳସରେ ଜଳ ଢାଳୁଥାଆନ୍ତି।
ଏହି ନାମର ଆଉ ଏକ ତାତ୍ପର୍ଯ୍ୟ ମଧ୍ୟ ଅଛି। ତାହା ହେଉଛି- କୁମାର ପୂର୍ଣ୍ଣିମା ରାତିର ଶେଷ ପ୍ରହରରେ ଦେବୀ ଲକ୍ଷ୍ମୀ ଗଜବାହନରେ ପୃଥିବୀକୁ ଆସନ୍ତି ବୋଲି ତାଙ୍କର ନାମ ଗଜଲକ୍ଷ୍ମୀ ହୋଇଛି। ଏ ଦୃଷ୍ଟିରୁ କୁମାରପୂର୍ଣ୍ଣିମାରେ ଗଜଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ।

ଶ୍ରୀଦେବୀ ବା ଲକ୍ଷ୍ମୀ ଶ୍ରୀ ବା ଐଶ୍ୱର୍ଯ୍ୟର ଦେବୀ। ସେ ସୌନ୍ଦର୍ଯ୍ୟ, ସଂପଦ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ। ପୁରାଣରେ ତାଙ୍କୁ ଶ୍ୱେତଚମ୍ପକ, କଞ୍ଚନପୁଷ୍ପ ବା ହସ୍ତୀଦନ୍ତ ତୁଲ୍ୟ ଶୁଭ୍ର ବୋଲି ବର୍ଣ୍ଣନା କରାଯାଇଛି। ସେ ମଧ୍ୟ ଅସାମାନ୍ୟା ରୂପବତୀ ଓ ଚିରଯୁବତୀ।
ସ୍ୱର୍ଗ, ମର୍ତ୍ତ୍ୟ, ଗାଭୀ ଓ ସାଗର ସବୁଠାରେ ଦେବୀ ଲକ୍ଷ୍ମୀ ବିଦ୍ୟମାନା। ତାଙ୍କର ଅନେକ ନାମ। ସ୍ୱର୍ଗରେ ଇନ୍ଦ୍ରଙ୍କର ସଂପତ୍ତି ରୂପେ ସେ ସ୍ୱର୍ଗଲକ୍ଷ୍ମୀ, ଗୃହସ୍ଥଙ୍କ ଗୃହରେ ସେ ଗୃହଲକ୍ଷ୍ମୀ ଏବଂ ରାଜପ୍ରାସାଦରେ ସେ ରାଜଲକ୍ଷ୍ମୀ। ଗୋଧନମାନଙ୍କର ପ୍ରସୂତି ରୂପେ ସେ ସୁରଭି ଏବଂ କ୍ଷୀରସାଗରଙ୍କ କନ୍ୟା ରୂପେ ସେ ପଦ୍ମିନୀ।
ଦେବୀ ଲକ୍ଷ୍ମୀ ‘ଶ୍ରୀ’ରୂପିଣୀ। ସେ ଚନ୍ଦ୍ରମଣ୍ଡଳରେ, ଆଭୂଷଣରେ, ରତ୍ନରେ, ଫଳରେ, ସମସ୍ତ ଶସ୍ୟରେ, ବସ୍ତ୍ରରେ, ଦେବ ପ୍ରତିମାରେ, ମଙ୍ଗଳଘଟରେ, ହୀରକରେ, ଚନ୍ଦନରେ ଓ ନୂତନ ମେଘରେ ଶ୍ରୀ ବା ଶୋଭା ରୂପରେ ଅବସ୍ଥାନ କରନ୍ତି। ଏଣୁ ସେ ହିଁ ସକଳ ‘ଶ୍ରୀ’ ବା ଶୋଭାର ଆଧାର। ତେଣୁ ତାଙ୍କର ଅବର୍ତ୍ତମାନରେ ସବୁ ‘ଶ୍ରୀହୀନ’ ହୋଇଯାଏ। ସେଥିପାଇଁ କେବଳ କୁମାର ପୂର୍ଣ୍ଣିମାରେ ଗଜଲକ୍ଷ୍ମୀ ଭାବରେ ବା ମାର୍ଗଶିର ମାସରେ ଶସ୍ୟ (ଧାନ୍ୟ) ଲକ୍ଷ୍ମୀ ଭାବରେ ନୁହେଁ; ସାରା ବର୍ଷ ସେ ସମସ୍ତଙ୍କ ଘରେ ନିତ୍ୟ ପୂଜିତା ହୋଇଥାଆନ୍ତି।
ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ । ଏଠାରେ ଏହି ପୂଜା କୁମାର ପୂର୍ଣ୍ଣିମା (ହିନ୍ଦୁ କ୍ୟାଲେଣ୍ଡର୍ ଅନୁସାରେ ଆଶ୍ୱିନ ଶୁକ୍ଳ ପକ୍ଷର ୧୫ତମ ଦିନ) ଦିନ ଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଢେଙ୍କାନାଳରେ ଏହି ପୂଜା ପ୍ରଥମ ଥର ପାଇଁ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର) ଠାରେ ଆରମ୍ଭ ହୋଇଥିଲା । ଢେଙ୍କାନାଳର କଲେଜ୍ ରୋଡ଼୍‌ଠାରୁ ଆରମ୍ଭ କରି କୋରିହାଁ ଛକ (ପ୍ରାୟ ୭ କିଲୋମିଟର) ଯାଏଁ ରାସ୍ତାର ଦୁଇ କଡ଼ରେ ଅନେକ ଲକ୍ଷ୍ମୀ ମେଢ଼ ତିଆରି ହୋଇଥାଏ । ଏହି ପୂଜା ଅବସରରେ ସମ୍ପୂର୍ଣ୍ଣ ସ‌ହର ବିଭିନ୍ନ ପ୍ରକାର ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ । ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା ପଲ୍ଲୀଶ୍ରୀ ମେଳା ମଧ୍ୟ ଆୟୋଜିତ ହୋଇଥାଏ । ଢେଙ୍କାନାଳରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ଇତିହାସ ବର୍ଣ୍ଣନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମଦିର, ନୃସିଂହ ଓ ଲକ୍ଷ୍ମୀମୁର୍ତ୍ତୀ ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ହଉଛଇ।

Address

Ramachandi Sahi, Near/lakshmi Talkies, Puri/1
Puri
752001

Alerts

Be the first to know and let us send you an email when Travel to puri posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Travel to puri:

Shortcuts

Share