Jagannath dham puri panda Narayan Rathsharma

Jagannath dham puri panda Narayan Rathsharma जगन्नाथ पुरी धाम पंडित

15/05/2020

ଅନ୍ଧବିଶ୍ୱାସ ନୁହେଁ ବିଶ୍ୱାସରେ ମିଳନ୍ତି ଭାବର ଠାକୁର ଶ୍ରୀ ଜଗନ୍ନାଥ ! ତାଙ୍କୁ ଯିଏ ଯେଉଁ ଭାବରେ ଡାକିଲା ତାକୁ ସେଇ ରୂପରେ ଦେଖା ଦିଅନ୍ତି କାଳିଆ ଠାକୁର.......

ଆଚରଣ ଓ ଅନୁଷ୍ଠାନରେ ଶ୍ରୀଜଗନ୍ନାଥ ଲୋକର ଦେବତା, ସେହି ପରମ କାରୁଣିକ ସଚ୍ଚିଦାନନ୍ଦ ଭଗବାନଙ୍କ ମହିମା ଜାଣିବା ପାଇଁ ଶିବ, ବିରଞ୍ଚି ଓ ନାରଦ ଯାହାର ଦ୍ୱାର ଦେଶରେ କର ପତ୍ର ଯୋଡ଼ିଣ ନତ ମସ୍ତକ ହୋଇଣ ପାଦ ବନ୍ଦନା କରୁଥାନ୍ତି ତଥାପି କଳ୍ପ କଳ୍ପ ବିତି ଯାଇଥିଲେ ମଧ୍ୟ ତାଙ୍କର ସ୍ୱରୂପକୁ ଠାବ କରିପାରି ନାହାନ୍ତି, ଏ ଛାର ମନୁଷ୍ୟ ତାଙ୍କର କଥା କ’ଣ ବା ଜାଣିପାରିବ! ‘‘ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ, ଦେବେ ନ ଜାନାତି କୃତଃ ମନୁଷ୍ୟ’’। ଏଣୁ ଏହି ରହସ୍ୟକୁ ପୁରାଣରୁ ଖୋଜି ବାହାର କରିବା ନିରର୍ଥକ। ସେ ହେଉଛନ୍ତି ଏ ଦେଶର ଆଧ୍ୟାତ୍ମିକ ଜନମାନସର ସର୍ବଶେଷ ଉଦ୍ବର୍ତ୍ତନ ଜଗନ୍ନାଥଙ୍କୁ ଅନ୍ୟମାନଙ୍କ ପରି କୌଣସି ଶାସ୍ତ୍ର ପୁରାଣ ଜନ୍ମ ଦେଇନାହିଁ, ସ୍ୱୀକାର କରିବା ପାଇଁ ଦୁଃସାହସ କରିନାହିଁ, ସେ ହେଉଛନ୍ତି ଲୋକର ଦେବତା ଜନମାନସର ଅପୂର୍ବ ଅଲୌକିକ ପ୍ରତିରୂପ ନୌମିଦେବଂ ଜଗନ୍ନାଥଂ ସଚ୍ଚିଦାନନ୍ଦ ବିଗ୍ରହମ, ଯେ ନିତ୍ୟଂ ରମତେ ନୀଳାଚଳେ ତୈ ବ୍ରହ୍ମଧାମନି । ବ୍ରହ୍ମଧାମ ଶ୍ରୀକ୍ଷେତ୍ରର ମହନୀୟତା ହେଉଛି ଏହି ପାବନ ନୀଳାଚଳ ଧାମର ନାମ ପୁରୁଷୋତ୍ତମ ଏବଂ କ୍ଷେତ୍ରଧୀଶ୍ୱର ମଧ୍ୟ ପୁରୁଷୋତ୍ତମ। ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ହିଁ ଅଖିଳ ଭାରତର ସ୍ୱାମୀ, ଆର‌୍ୟ୍ୟ, ଅନାର‌୍ୟ୍ୟ, ବେଦାନ୍ତୀ, ଶୈବ, ବୈଷ୍ଣବ ସଭିଏଁ ତାଙ୍କରି ଭିତରେ ଆପଣା ଆପଣା ଇଷ୍ଟଙ୍କୁ ଦର୍ଶନ କରିଛନ୍ତି, ଅର୍ଥ ତାଙ୍କ ନାମ, ରୂପ, ଲୀଳା ଓ ଧାମର ରହସ୍ୟ ଭେଦ କରିବାକୁ ସମର୍ଥ ହୋଇପାରି ନାହାନ୍ତି। ଜଗତର ନାଥ ହୋଇଥିବାରୁ ଜଗତବାସୀଙ୍କୁ ଏକ ସାମ୍ୟ ଦୃଷ୍ଟିରେ ଦେଖୁ ଥାଆନ୍ତି। ତେଣୁ ଭୃଗୁ ଗୀତାରେ କୁହାଯାଇଛି ସମୋହଂ ସର୍ବଭୂତଷୁ। ଏଣୁ ତାହାଙ୍କୁ ଜାଣିବା ବା ବର୍ଣ୍ଣନା କରିବା ସମ୍ଭବ ନୁହେଁ। ବେଦାନ୍ତ ଶାସ୍ତ୍ର ଯାହାଙ୍କୁ କହିଛି ନେତି-ନେତି, ଆର‌୍ୟ୍ୟ ଓ ଅନାର‌୍ୟ୍ୟ ମାନଙ୍କ ରାଜା ଇନ୍ଦ୍ରଦ୍ୟୁମ୍ନ ଶବର ଶ୍ରେଷ୍ଠ ବିଶ୍ୱାବସୁ ଓ ପ୍ରମୁଖ ବ୍ରାହ୍ମଣ ବିଦ୍ୟାପତି ତାଙ୍କ ସେବାର ଗୋଟିଏ ଗୋଟିଏ ଅଙ୍ଗ, ସେହିପରି ଶଙ୍କରାଚାର‌୍ୟ୍ୟଙ୍କ ସ୍ମୃତି, ଚୈତନ୍ୟଙ୍କ ଭକ୍ତି, ସାଲବେଗଙ୍କ ସଙ୍ଗୀତ ଓ ଦାସିଆ ବାଉରିର ଅଧିକାର, ତାଙ୍କ ସୃଷ୍ଟିର ଅନବଦ୍ୟ ଅବଦାନ ବିଶ୍ୱାବସୁ ଶବର ଦ୍ୱାରା ପୂଜିତ ନୀଳମାଧବ ଉଭାନ ହୋଇ ପରିଶେଷରେ ଦାରୁବ୍ରହ୍ମ ଭାବରେ ଆସି ଚତୁର୍ଦ୍ଧାମୂର୍ତ୍ତି ରୂପରେ ପ୍ରତିଷ୍ଠିତ ହୋଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀକ୍ଷେତ୍ରରେ ବିଦ୍ୟମାନ ହେଲେ। ତେଣୁ କରି ଶ୍ରୀଜଗନ୍ନାଥ ବୌଦ୍ଧ କିମ୍ବା ଜୈନ୍ୟ ସଂପ୍ରଦାୟର ଦେବତା ବୋଲି କୁହାଯାଇପାରିବ ନାହିଁ ବରଂ ସେ ହେଉଛନ୍ତି ସର୍ବ ଧର୍ମର ସ୍ୱାମୀ, ତାଙ୍କ ପାଖରେ ସମସ୍ତେ ସମାନ। ସେ ଏକା ଧାରରେ ବୈଷ୍ଣବମାନଙ୍କର ବିଷ୍ଣୁ, ବୌଦ୍ଧମାନଙ୍କର ବୁଦ୍ଧ, ଜୈନମାନଙ୍କର ଜିନେଶ୍ୱର, ଶବରମାନଙ୍କର ପତିତପାବନ। ସବୁ ଧର୍ମର ଭକ୍ତମାନେ ଆସି ତାଙ୍କର ଉପାସନା କରିଅଛନ୍ତି ଏବଂ କରୁଛନ୍ତି। ଶ୍ରୀଜଗନ୍ନାଥ ଚେତନା ଅତି ବ୍ୟାପକ ଓ ଉଦାର, କୌଣସି ଗୋଟିଏ ଜାତି ଓ ସଂପ୍ରଦାୟରେ ସେ ଆବଦ୍ଧ ନୁହନ୍ତି। ଜଗତର ନାଥ ହୋଇଥିବାରୁ ଜଗତବାସୀଙ୍କୁ ଏକ ସାମ୍ୟ ଦୃଷ୍ଟିରେ ଦେଖୁଥାଆନ୍ତି।
ସମତା ଉଦାରତା ଓ ସମନ୍ଵୟତାର ଶ୍ରେଷ୍ଠ ନିର‌୍ୟ୍ୟାସ ହିଁ ଜଗନ୍ନାଥ ସଂସ୍କୃତିର ପରମ ଓ ଚରମ ନିଦର୍ଶନ, ୧୬୨୭ରେ ଆଫଗାନ-ସ୍ଥାନରେ ମାମୁଦ୍ବିନ ଆମରଓ୍ାଲି ଏବଂ ଆବୁଲଫାଜଲଙ୍କ ଇତିହାସରେ ଜଗନ୍ନାଥ ସଂସ୍କୃତିରେ ଲୋକ ସଂସ୍କୃତିର ସଂପର୍କରେ ଅବତାରଣା ପ୍ରଣିଧାନ ଯୋଗ୍ୟ। ୧୭୦୭ ରେ ଆଲେକଜାଣ୍ଡର ହାମିଲଟନ ଆନନ୍ଦ ବଜାରରେ ଜଣେ ଜଣକ ଠାରୁ ମହାପ୍ରସାଦ ଛଡାଇ ଖାଉଥିବାର ଦୃଶ୍ୟ ଦେଖି ଏପରି ପ୍ରଭାବିତ ହୋଇ ପଡିଥିଲେ ଯେ ମହାପ୍ରସାଦକୁ ପାଇବା ପାଇଁ ଉଦଗ୍ରାବ ହୋଇ ତାହା ପାଇବା ପରେ ତୃପ୍ତ ହୋଇଥିବା କଥା ଯେ, ତାଙ୍କ ବିବରଣୀରେ ସୂଚନା ଦେବା ସହିତ ମହାର୍ଘ ମହାପ୍ରସାଦର ସାର୍ବଜନିନତା ସ୍ୱୀକାର କରିଛନ୍ତି, କେବଳ ମହାପ୍ରସାଦର ବିଭାବ କାହିଁକି ଶବରର ମେଣ୍ଡାମୁଣ୍ଡି ଚାଉଳ ଖେଚୁଡି ଅର୍ପଣ, ଜୈନର କୈବଲ୍ୟ, ଶୈବର ନିର୍ମାଲ୍ୟ, ବ୍ରାହ୍ମଣର ମନ୍ତ୍ରପାଠ ଏବଂ ଶାକ୍ତର ବ୍ରିହୀବଳୀର ସମନ୍ଵୟ ଘଟିଛି। ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଉପାସନା ପଦ୍ଧତିରେ ଜଗନ୍ନାଥ ଚେତନା ହିଁ ସମନ୍ଵିତ ଚେତନା। କେବଳ ମୂର୍ତ୍ତିପୂଜକ ନୁହନ୍ତି ଯେଉଁମାନେ ନିରାକାରବାଦୀ ଶୂନ୍ୟଧର୍ମରେ ବିଶ୍ୱାସୀ ସେମାନେ ମଧ୍ୟ ଜଗନ୍ନାଥଙ୍କ ଠାରେ ଅରୂପର ସନ୍ଧାନ କରିବାର ଦେଖାଯାଇଛି, ଯେ ଅବ୍ୟକ୍ତ, ନିରାକାର ଓ ଶୂନ୍ୟଦେହୀ ସେ ମଧ୍ୟ ଅଲେଖ ନିରଞ୍ଜନ। ତାଙ୍କର ହାତ ନାହିଁ ଅଥଚ ସେ ସକଳବସ୍ତୁ ଗ୍ରହଣ କରିଥାନ୍ତି। ତାଙ୍କର ପାଦ ନାହିଁ ତଥାପି ଦ୍ରୁତ ଗତିରେ ଗମନ କରିଥାନ୍ତି। ତାଙ୍କର ଚକ୍ଷୁ ନାହିଁ ଅଥଚ ସେ ସମଗ୍ର ବିଶ୍ୱକୁ ଦେଖୁଥାନ୍ତି। ତାଙ୍କର କାନ ନାହିଁ ଅଥଚ ସେ ସବୁ ଶୁଣୁଥାନ୍ତି । ବିଚିତ୍ର ସେ ଠାକୁର ! ବିଚିତ୍ର ତାଙ୍କ ଲୀଳା ! ଜଗନ୍ନାଥଙ୍କୁ ଉପନିଷଦୀୟ ବା ବେଦାନ୍ତ ତତ୍ତ୍ୱଧାରାରେ ଆର‌୍ୟ୍ୟ ଋଷିଗଣ ଏହିଭଳି ପ୍ରାର୍ଥନା କରିଥିଲେ, ରାମଭକ୍ତ ତୁଳସୀଦାସ ସେହି ଭାବଧାରାରେ ଉଦ୍ବୃଦ୍ଧ ହୋଇ ଶ୍ରୀରାମ ଚରିତ ମାନସରେ ବର୍ଣ୍ଣନା କଲେ –

ବିନୁପଦ ଚଲଇ ସୁନଇ ବିନୁକାନା
କରବିନୁ କରମ କରଇ ବିଧିନାନା
ଆନରହିତ ସକଳ ରସ ଭୋଗୀ
ବିନୁବାନୀ ବକତା ବଡ ଯୋଗୀ
ତନବିନୁ ପରଶ ନୟନ ବିନୁ ଦେଖା
ଘ୍ରାନବିନୁ ଗ୍ରାହଇ ବାସ ଅଶେଷା
ଅସବଭାତି ଅଲୋକିକ କରନୀ
ମହିମା ଜାସୁ ଜାଇ ନହି ବରନୀ,

ପଞ୍ଚସଖା ପରିବାରର ଅନ୍ୟତମ ଶ୍ରେଷ୍ଠ ପ୍ରବକ୍ତା ଭକ୍ତିର ଶ୍ରେଷ୍ଠ ପଥ ପ୍ରଦର୍ଶକ ଅଚ୍ୟୁତାନନ୍ଦ ତାଙ୍କ ଶୂନ୍ୟ ସଂହିତାରେ କହିଛନ୍ତି- ଚଣ୍ଡାଳୁ ବ୍ରାହ୍ମଣ ଗୁରୁଶିଷ୍ୟ ପୁଣ ବାରଣ ନଥିବ ତହିଁ, ବିକାର ନଥିବ ଏକାକାର ହେବ ନିରାକାର ଆଜ୍ଞା ଏହି ପ୍ରଭୁ ଜଗନ୍ନାଥ ହେଉଛନ୍ତି ପତିତପାବନ ସାନ-ବଡ, ଜାତି-ଅଜାତି ଓ ପତିତ-ପାତିତ କେହି ତାଙ୍କର କୃପାରୁ ବିତ ହୁଅନ୍ତି ନାହିଁ, ଏହି କ୍ଷେତ୍ରରେ ସମସ୍ତେ ସମାନ। ଆଦିମ କାଳରୁ ବହୁ ଶତାବ୍ଦୀ ଧରି ଆଫଗାନ, ମୋଗଲ, ମରହଟ୍ଟା, ବ୍ରିଟିସ ରାଜତ୍ୱ ସମୟଠାରୁ ଆଜି ପର‌୍ୟ୍ୟନ୍ତ କାଳ ଓ ସମୟର ସ୍ରୋତରେ ବହୁ ପରିବର୍ତ୍ତନ ଘଟିଛି କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ସେମିତି ନୀଳାଚଳରେ ତାଙ୍କ ଆବାସରେ ରତ୍ନ ସିଂହାସନରେ ବସିଛନ୍ତି। ତାଙ୍କ ଲୀଳା ପ୍ରକଟ କରୁଛନ୍ତି। ଇଂରେଜମାନେ ୧୮୦୩ରେ ଓଡ଼ିଶା ଦଖଲ କରିସାରିଲା ପରେ ୧୮୦୬ ମସିହା ମେ’ ମାସ ପହିଲାର ଏ ଘଟଣା। ପୁରୀ ଶଙ୍କରାଚାର‌୍ୟ୍ୟଙ୍କ ଶିଷ୍ୟ ରାମଶଙ୍କର ଭାରତୀ ଖ୍ରୀଷ୍ଟାନ ସରକାରଙ୍କୁ ଦରଖାସ୍ତ କରି ଜଣାଇଲେ କି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରତ୍ନସିଂହାସନରେ ସଂଲଗ୍ନ ଏକ ଭୈରବୀ ମୂର୍ତ୍ତିକୁ ବୈଷ୍ଣବ ବୈରାଗୀମାନେ ମରହଟ୍ଟା ଶାସନ ଅମଳରେ ଅପସାରଣ କରି ଦେଇଛନ୍ତି। ଏହା ରତ୍ନସିଂହାସନରେ ସ୍ଥାପନ ହେବା ଦରକାର। ୧୮୦୬ ମସିହାରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଚତୁର୍ଥଧାରା ଅନୁଯାୟୀ ଏହା ଏକ ପଣ୍ଡିତ ସଭାଦ୍ୱାରା ପରିଚାଳିତ ହେଉଥିଲା ସରକାରଙ୍କ ଦ୍ୱାରା ମନୋନୀତ ପଣ୍ଡିତମାନେ ଏହାର ସଭ୍ୟ ଥିଲେ। ହର ସାହେବ ସେତେବେଳେ ଥାନ୍ତି ଯାତ୍ରୀ ଟିକସ ଆଦାୟର କଲେକ୍ଟର ରେଭିନ୍ୟୁ କମିସନର ସର୍ବମୟ କର୍ତ୍ତା, ୧୮୦୭ ରୁ ୧୮୬୭ ଯାଏଁ ଏ ସମ୍ବନ୍ଧରେ କିଛି ନିଷ୍ପତ୍ତି ହୋଇପାରିଲା ନାହିଁ, ହିନ୍ଦୁ ଧର୍ମ ବ୍ୟାପାରରେ ଖ୍ରୀଷ୍ଟାନ ସରକାର ହସ୍ତକ୍ଷେପ କଲେ ନାହିଁ। ୧୮୬୭ ମସିହାରେ ଜଗତବନ୍ଧୁ ମହାପାତ୍ର ଓ ଦାଶରଧି ପ୍ରହରାଜ ନାମକ ଦୁଇଜଣ ବ୍ରାହ୍ମଣ ପଣ୍ଡିତ ଏ ସମ୍ବନ୍ଧରେ ମତାମତ ସଂଗ୍ରହ ପାଇଁ ମୂର୍ଶିଦାବାଦ ପଣ୍ଡିତ ଗଙ୍ଗାଧର କବିରାଜଙ୍କୁ ପତ୍ରଦେଲେ। ପଣ୍ଡିତ ମହାଶୟ ମୁର୍ଶିଦାବାଦରୁ ଜଣାଇଲେ ଯେ ବୈରାଗୀମାନଙ୍କ ଦ୍ୱାରା ଏହା ନଷ୍ଟ ହୋଇଯାଇ ଥିବାରୁ ଶିବଙ୍କର ଲୀଳା ମୂର୍ତ୍ତି ପରିବର୍ତ୍ତେ ଭୈରବୀ ଚକ୍ର ସଂଲଗ୍ନ କଲେ ମଧ୍ୟ ଚଳିବ କିନ୍ତୁ ସେ ପ୍ରଶ୍ନ କଲେ ଭୈରବୀ ଚକ୍ର ସହ ଜଗନ୍ନାଥଙ୍କ ସେବା ପୂଜାର ସଂପର୍କ କ’ଣ? ସେ ପ୍ରଶ୍ନ ଏ ଯାଏଁ ଅମିମାଂସିତ ରହିଛି, ହିନ୍ଦୁ ଧର୍ମ ବ୍ୟାପାରରେ ଖ୍ରୀଷ୍ଟାନ ସରକାର ହସ୍ତକ୍ଷେପ କଲେ ନାହିଁ, କିନ୍ତୁ ଅନ୍ୟ ସଂପ୍ରଦାୟର ଲୋକେ କାଳେ ଜଗନ୍ନାଥ ମନ୍ଦିରକୁ ତାଙ୍କ ସଂପ୍ରଦାୟର ବୋଲି ଦାବି କରିବେ ସେଥିପାଇଁ ଭୈରବୀ ବିଗ୍ରହକୁ ମୂଳସ୍ଥଳୀରୁ ବିଚ୍ଛିନ୍ନ କରି ସମୁଦ୍ରରେ ନିକ୍ଷେପ କରିଥିଲେ ସେହି ଅସହିଷ୍ଣୁ ବୈଷ୍ଣବ ଗୋଷ୍ଠୀ ମରହଟ୍ଟା ଶାସନ ଅମଳରେ ଏହା ସମ୍ଭବ ହୋଇଥିଲା।
ସେହିପରି ଅନ୍ୟ ଏକ ପ୍ରଚେଷ୍ଟା ହେଲା ଶ୍ରୀମନ୍ଦିର ଅଁଳା ବେଢାରେ ରାମାନଦୀ ଚିତାଙ୍କନ ମହନ୍ତ ମହାରାଜ ଏ ମୋର ମଠ ଏଥି ନିମନ୍ତେ ମନ୍ଦିରକୁ ଅତୀତରେ ଅର୍ଥ ଦାନ କରିଥିଲେ, ପୁରୀର ଜଗନ୍ନାଥ ମନ୍ଦିର ଯେ, ବିଷ୍ଣୁ ମନ୍ଦିର ଏଥିରେ ଦ୍ୱିମତ ନାହିଁ, ସେଥିପାଇଁ ତ ଜଗନ୍ନାଥ ପ୍ରତିମାର ଗର୍ଭରେ ବୁଦ୍ଧଦେବଙ୍କ ଦାନ୍ତ ରହିଛି ବୋଲି ମତ ପୋଷଣ କରାଯାଏ ଏବଂ ବୁଦ୍ଧଙ୍କୁ ହିନ୍ଦୁ ଧର୍ମର ଏକ ଅବତାର ବୋଲି ଧରି ନିଆଯାଇଛି। ଭାରତ ବର୍ଷର ଅନ୍ୟସ୍ଥଳୀ ଠାରୁ ଆମର ଏଠାରେ ପ୍ରଭେଦ ଏତିକି ଯେ ଏକାଦଶ ଶତାବ୍ଦୀ ବେଳକୁ ବୌଦ୍ଧଧର୍ମ ଭାରତ ବର୍ଷରୁ ସର୍ବୋତ୍ତମ ଭାବେ ଲୋପ ପାଇଯାଇଥିଲେ ହେଁ ଓଡ଼ିଶାରେ ଷୋଡଶ ଖ୍ରୀଷ୍ଟାବ୍ଦ ଯାଏ ଏହା ଉଜ୍ଜୀବିତ ଥିଲା । ତାହା ଏବେ ବି ଉଜ୍ଜୀବିତ ହୋଇ ରହିଛି। ସର୍ବୋପରି ଶ୍ରୀମନ୍ଦିରରେ ମହାପ୍ରସାଦ ଭୋଗର ଯେଉଁ ପରମ୍ପରା ରହିଛି ଓ ଜାତି, ଧର୍ମ, ବର୍ଣ୍ଣ ନିର୍ବିିଶେଷରେ ସମବେତ ଭୋଜନର ଯେଉଁ ଆୟୋଜନ ତାହା ବୌଦ୍ଧ ଧର୍ମ ସଂଘୀୟ ବ୍ୟବସ୍ଥାର ଅନୁରୂପ। ପ୍ରଭୁଙ୍କ ଗୁଣକୀର୍ତ୍ତନ କରିବା ପାଇଁ ଆଠକାଳି ବାରମାସୀ ଋତୁ ଭେଦରେ ଗୋଟିଏ ପରେ ଗୋଟିଏ ଯାତ୍ରା ମହୋତ୍ସବ ନୃତ୍ୟ ଗୀତର ଆସର ଓ ପୂଜା ପାର୍ବଣ ଆଦି ବର୍ଷସାରା ଯେପରି ଲାଗି ରହିଥାଏ ତାହା ନୀଳାଚଳ ଧାମ ଅଧିବାସୀଙ୍କ ଧର୍ମ ଧାରଣାର ଏକ ପ୍ରଧାନ ଅଙ୍ଗ, ସେଥିପାଇଁ ମନ୍ଦିର ଚତଃପାର୍ଶ୍ୱର ଏକ ବିସ୍ତୃତ ଅଞ୍ଚଳକୁ ପୂର୍ବେ ଯାତ୍ରା ଦାଣ୍ଡ ବୋଲି କୁହାଯାଉଥିଲା ସେହି ଯାତ୍ରାଦାଣ୍ଡ ଶବ୍ଦକୁ ଉଚ୍ଚାରଣ କଲେ ମନରେ ଅପୂର୍ବ ଆନନ୍ଦ ଖେଳିଯାଏ, ଯାତ୍ରାଦାଣ୍ଡ ଜନାଜୀର୍ଣ୍ଣ ହେଲେ ଲୋକଙ୍କ ମନରେ ଯେଉଁ ଆନନ୍ଦ ଉଲ୍ଲାସ ସେ ଅନୁଭୁତି ଆଉ ନାହିଁ ଏ ଯାତ୍ରାଦାଣ୍ଡ ବଳଗଣ୍ଡି ପାର୍ଶ୍ୱବର୍ତ୍ତୀ ମାଜଣା ମଣ୍ଡପଠାରୁ ଚୂଡଙ୍ଗ ସାହି ମାର୍କଣ୍ଡ ପୁଷ୍କରିଣୀ ମନ୍ଦିର ପଶ୍ଚିମ ପଟର ଭଗବତୀ କୋଟ, ଶ୍ୱେତଗଙ୍ଗା ନିକଟବର୍ତ୍ତୀ ବାଲିସାହିସ୍ଥ ଭୃଗୁ ବା ଉଗ୍ରସେନ ଆଶ୍ରମ ଏ ପଟେ ଯମେଶ୍ୱର ମହାଦେବଙ୍କ ମନ୍ଦିରପାଣ୍ଡୁ ବା କଣ୍ଡୁ ଆଶ୍ରମ ଯାଏ ତ ଆର ପଟେ ଦୋଳମଣ୍ଡପ ସାହିସ୍ଥ ଅଙ୍ଗିରା ଆଶ୍ରମ ଯାଏ ପରିବ୍ୟାପ୍ତ ଥିଲା।
ବଡ଼ଦାଣ୍ଡ ଏବେ ଯେପରି ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ ଲମ୍ବିଛି ପୂର୍ବେ ଏହା ସେପରି ନଥିଲା। ବଳଗଣ୍ଡି ଠାରୁ ବଡଶଙ୍ଖ ଯାଏ ନଈନାଳରେ ପରିପୂର୍ଣ୍ଣ ଥିଲା ଶରଧା ବାଲି ଯାଏ ପୁରୁଷୋତ୍ତମ ଗ୍ରାମ ପୁରୁଷୋତ୍ତମ କଟକରେ ପରିଣତ ହେଲା ପରେ ଏହି କଟକର ପେଣ୍ଠସ୍ଥଳୀ କଟିକୀ ପେଣ୍ଠକାଳ କ୍ରମେ ଶ୍ମଶାନରେ ପରିଣତ ହେଲା ଓ ଏହା ନିକଟସ୍ଥ ସାହିର ନାମକରଣ କରାଗଲା ହାଡଗଡିଆ ସାହି ଭାନୁଦେବଙ୍କ ସମୟରେ ଅଠରନଳା ଘାଟରେ ପୋଲ ହେଲା ପରେ ଏହାର ପୂର୍ବନାମ ହରିଣୀଘାଟ ଲୋପ ପାଇଲା ଯେଉଁ ନଇମାଟିଆ ନଈ ମଧୁପୁର ନଈ ଓ ଅଠରନଳା ନଈର ନାମଧାରଣ କରିଥିଲା ତା ଉପରେ ପୋଲ ବନ୍ଧା ହେଲା ପରେ ସେ ପଟରୁ ନୀଳାଚଳଧାମକୁ ରାସ୍ତା ଖୋଲି ଗଲା ଓ ମଙ୍ଗଳା ଘାଟର ପ୍ରାଧାନ୍ୟ କ୍ରମେ ଲୋପ ପାଇଲା ପୂର୍ବେ ସେ ପଟେ ଦକ୍ଷିଣାଞ୍ଚଳକୁ ଥିଲା ସିଧା ସଳଖ ରାସ୍ତା କୋଣାର୍କ ରାସ୍ତାରେ ପୁରୁଷୋତ୍ତମ କଟକର ଜାଗା ଆଖଡା ସଂଖ୍ୟା ଥିଲା ସର୍ବାଧିକ ବାଇଶି ମେଳକୁ କୁଣ୍ଡାଇ ବେଣ୍ଟ ସାହି ପରିବ୍ୟାପ୍ତ ଥିଲା ଗୋଷଛଇତନା ଯାଏ। ଅନୁପ୍ରବେଶକାରୀ ମାନେ କାଳେ ଏହି ରାସ୍ତାରେ ନଗରରେ ପ୍ରବେଶ କରିଯିବେ ସେଥିପାଇଁ ଜାଗାମେଳ ସାହାଯ୍ୟରେ କଡା ନିରାପତ୍ତା ରକ୍ଷା କରାଯାଉଥିଲା ସେ ସବୁ ଏବେ ଲୁପ୍ତ ପ୍ରାୟ ଜଗନ୍ନାଥ ଉପାସନାରେ ଧାର୍ମିକ ଦିଗ ଅପେକ୍ଷା ମାର୍ମିକ ଅବବୋଧର ପ୍ରାଧାନ୍ୟ ସର୍ବାଧିକ। ସେଇଥିପାଇଁ ସେ ଜୀବନ୍ତ ଦେବତା ଭାବେ ଖ୍ୟାତ ଯିଏ ତାଙ୍କୁ ଯେଉଁ ଭାବରେ ଡାକେ ସେ ତାକୁ ଦେଖା ଦିଅନ୍ତି ସେଇ ରୂପରେ। ସେ ହେଉଛନ୍ତି ଲୋକର ଦେବତା।
ପଣ୍ଡିତ ନାରାୟଣ ରଥଶର୍ମା

01/05/2018

Kudi Panjaban.....♥♥......

12/01/2018

Tanhaa me ho gaya yraaa....

03/01/2018

Sajna tere bina.......

01/01/2018

Happy New Year to all of my friends hamari dosti ki nam ea sal

30/12/2017

Holy Holy Dil Se Pukar Tuuuuuuuu...

30/12/2017

Jay hind friends

23/12/2017

Mere Raskekamarrrrrr.....

25/06/2017

Address

Odisha
Puri
752001

Telephone

8093528060

Website

Alerts

Be the first to know and let us send you an email when Jagannath dham puri panda Narayan Rathsharma posts news and promotions. Your email address will not be used for any other purpose, and you can unsubscribe at any time.

Share

Category